ନବରଙ୍ଗପୁର ପୋଲିସ ଷ୍ଟେସନ: କଂଗ୍ରାରେ ଜୁଆ ଆଡା ଉପରେ ଚଡାଉ, ୧୪ ଯୁଆଡ଼ି ଗିରଫ,୩୬ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ
କଂଗ୍ରାରେ ଜୁଆ ଆଡା ଉପରେ ଚଡାଉ, ୧୪ ଯୁଆଡ଼ି ଗିରଫ,୩୬ ହଜାର ଟଙ୍କା ବାଇକ ଜବତ ତେନ୍ତୁଳିଖୁଣ୍ଟି ପୁଲିସ ପକ୍ଷରୁ ଏକ ଜୁଆ ଆଡା ଉପରେ ଚଡାଉ କରି ୧୪ ଜଣ ଯୁଆଡ଼ି ଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକା ରେ ଛଡା ଯାଇଛି । ସେହିପରି ଜୁଆ ଆଡାରୁ ୩୬ ହଜାର ଟଙ୍କା,ଗୋଟିଏ ବାଇକ ଏବଂ ୯ ଟି ମୋବାଇଲ ଫୋନ ମଧ୍ୟ ସିଜ ହୋଇଥିବା ଥାନା ଆଇଆଇସି ପ୍ରଣବ କୁମାର ଟୁଡୁ ସୂଚନା ଦେଇଛନ୍ତି,ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ତେନ୍ତୁଳିଖୁଣ୍ଟି ପୁଲିସ ନିକଟରେ ଖବର ପହଂଚିଥିଲା