ସମ୍ବଲପୁର ରେଳ ଷ୍ଟେସନ ଦେଇ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ସମୟରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଜିଆରପିର ସୁଚନା ଅନୁଯାୟୀ, ପେଟ୍ରୋଲିଂ ସମୟରେ ସନ୍ଦିଗ୍ଧ ରୂପେ ଘୂରି ବୁଲୁଥିବା ୨ ଜଣ ବ୍ୟକ୍ତିଙ୍କୁ ଜିଆରପି ଧରିଛି । ପୁଲିସର ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୧୪ କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଉଭୟ ଚାଲାଣକାରୀ ମାନେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲାର ହୋଇଥିବା ବେଳେ ସେମାନେ ଅଧିକ ଲାଭ ଆଶାରେ ବଲାଙ୍ଗୀର ଜିଲା ଅଞ୍ଚଳରୁ ଗଞ୍ଜେଇ ଗୁଡିକୁ ଚୋରାରେ ଚାଲାଣ କରି ଆଣିଥିଲେ । ସେମାନେ ରେଳ ଯୋଗେ ସମ୍ବଲପୁର ରୁ ମୌର୍ଯ୍ୟ ଏକ୍ସପ୍ରେସ ଜରିଆରେ ବିହାରକୁ ଯିବାର ଉଦ୍ୟମ କରୁଥିଲେ ।