ଜୁଜୁମୁରା: ଡ଼ଙ୍ଗାପାଳରେ ଭାରସାମ୍ୟ ହରାଇ ଓଲଟିଲା ଚିପ୍ସ ବୋଝେଇ ହାଇୱା
ଡ଼ଙ୍ଗାପାଳରେ ଭାରସାମ୍ୟ ହରାଇ ଓଲଟିଲା ଚିପ୍ସ ବୋଝେଇ ହାଇୱା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ଡ଼ଙ୍ଗାପଲ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ମାନେଶ୍ଵର ପଟୁ ଚିପ୍ସ ଲୋଡ଼ ନେଇ ଯୁଯୋମୁରା ରୁ ଗଡ଼ଲୋଇସିଂହ କୁ ଯାଉଥିଲା l ଡ଼ଙ୍ଗାପାଳ ସ୍ଥିତ ବନ୍ଧା ବୁଲାଣି ପାଖରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡିଛି l ବୋଝେଇ ହୋଇଥିବା ଚିପ୍ସ ସବୁ ରାସ୍ତା ପାର୍ଶ୍ୱରେ ବିଛାଇ ହୋଇପଡିଛି ଏବଂ ଗାଡି ଟି ରାସ୍ତା ଅଧା ଅବରୋଧ କରିରଖିଛି l ଚାଲକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।