ଶନିବାର ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ପକ୍ଷରୁ ସ୍ଥାନୀୟ ସିଂହପାଲି – କାଇଁଶୀର ଫୁଟବଲ ପଡିଆ ଠାରେ ଅନ୍ତଃ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ନେଇ ଦୁର୍ଗା ଶଙ୍କର ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ୨ ଦିନିଆ ହେଉଥିବା ଏହି ପ୍ରତିଯୋଗିତାରେ ୧୪ଟି ଦଳ ଭାଗ ନେଇଛନ୍ତି । ଆଜି ପୁର୍ବାହ୍ନରେ ଉଦଘାଟନୀ ଉତ୍ସବରେ ଶ୍ୟାମ ମେଟାଲିକ୍ସର ଅଧିକାରୀ ଭୂପେନ୍ଦ୍ର ସିଂହ କୁଶୱା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ପୁର୍ବତନ ବିଧାୟକ ନାଉରୀ ନାଏକ ଯୋଗ ଦେଇଥିଲେ । ଆଜି ସମସ୍ତ ଲିଗ ମ୍ୟାଚ ଖେଳାଯାଇଥିବା ବେଳେ ରବିବାର ଦିନ କ୍ୱାଟର ଫାଇନାଲ, ସେମି ଫାଇନା