ବରଗଡ: ଟାଉନ ଥାନା ଅଞ୍ଚଳର ନିଖୋଜ ନାବାଳିକାକୁ ଉଦ୍ଧାର କରି ଟାଉନ ଥାନାରେ ପରିବାରକୁ ହସ୍ତାନ୍ତର କଲା ପୋଲିସ
ଟାଉନ ପୋଲିସ ପକ୍ଷରୁ ନିଖୋଜ ନବାଳିକା ଉଦ୍ଧାର | ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଟାଉନ ପୋଲିସ | ଏନେଇ ଶନିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସୂଚନା ଦେଲା ଟାଉନ ପୋଲିସ | ସୂଚନା ଅନୁସାରେ ବରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ଥିବା ନେଇ ଥାନାରେ ଏକ ନିଖୋଜ ମାମଲା ଦେଇଥିଲେ ପରିବାର ଲୋକେ | ଟାଉନ ପୋଲିସ 389/25 ରେ ଏକ ମାମଲା ରୁଜୁ କରି ଖୋଜା ଖୋଜି ଆରମ୍ଭ କରିଥିଲା | ଏନେଇ ନିଖୋଜ ନାବାଳିକାକୁ ଉଦ୍ଧାର ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛି ପୋଲିସ ।