ସମ୍ବଲପୁର ଜିଲାର ଯୁଯୁମୁରା ଠାରେ ପ୍ରତି ବର୍ଷ ଆୟୋଜିତ ହେଉଥିବା ରାସ ଯାତ୍ରା ଚଳିତ ବର୍ଷ ୨ ଶହ ବର୍ଷ ପୁରଣ କରୁଛି । ଏଣୁ ଚଳିତ ବର୍ଷ ଏହାକୁ ଭବ୍ୟ ଓ ଦିବ୍ୟ ରୂପେ ପାଳନ କରିବାକୁ ଦ୍ୱିଶତ ବର୍ଷ ପୁର୍ତ୍ତି ରାସଯାତ୍ରା ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଦିନ ପ୍ରାୟ 1 ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଭୂପେନ୍ଦ୍ର ସିଂ କହିଛନ୍ତି ଯେ, ଆଗାମୀ ନଭେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ଐତିହାସିକ ଉତ୍ସବ ପାଳିତ ହେବ । ପ୍ରାଚୀନ ଓ ଆଧୁନିକ ଲୋକକଳାର ସମିଶ୍ରଣ ସହିତ ଅନ୍ୟାନ୍ୟ ମନୋରଞ୍ଜନ ଧର୍ମୀ ପାଲା, ଦ