ଶ୍ରୀ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ସମ୍ବଲପୁରର ସଭାପତି ରବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନ ନଗର ସ୍ଥିତ ମହାସଭାର କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସନାତନ ଧର୍ମ ଓ ସଙ୍ଗଠନର ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ଓ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବୈଠକ ଆରମ୍ଭରୁ ବିଶ୍ୱ କଲ୍ୟାଣ ନିମନ୍ତେ ଲକ୍ଷ୍ନୀ ନାରାୟଣ ପୂଜନ, ବିଷ୍ଣୁ ସହସ୍ର ନାମ ପଠନ ଓ ହୋମ ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ବୈଠକରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଟା ମଣ୍ଡଳୀ ଓ ସମସ୍ତ ସ