ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ପକ୍ଷରୁ ସ୍ଥାନୀୟ ସିଂହପାଲି – କାଇଁଶୀର ଫୁଟବଲ ପଡିଆ ଠାରେ ଅନ୍ତଃ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ନେଇ ଦୁର୍ଗା ଶଙ୍କର ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ୨ ଦିନିଆ ହେଉଥିବା ଏହି ପ୍ରତିଯୋଗିତାରେ ୧୪ଟି ଦଳ ଭାଗ ନେଇଛନ୍ତି । ଆଜି ଉଦଯାପନୀ ଦିବସରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଜମାଦାରପାଲି ଆଶ୍ରମ ସ୍କୁଲ ଓ କାଇଁଶୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ହୋଇଥିଲା । ଏଥିରେ ୩ – ୦ ଗୋଲରେ ଜମାଦାରପାଲି ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ କ୍ୱାଟର ଫାଇନାଲରେ ସରକାରୀ ଉଚ୍ଚ ବିଦ୍ୟାଳୟ କମିଶନର କଲୋନୀ