ତିର୍ତ୍ତୋଲ: ଗୋପାଳପୁର କାକୁଡିଆ ଗ୍ରାମର ମୀତା ଘଡାଇଙ୍କ ସ୍ବାମୀଙ୍କ ଠାରୁ ଇଟାପଡା ଅଞ୍ଚଳର ଜଣେ ବ୍ୟକ୍ତି କାର ଛଡାଇ ନେଇଥିବା ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର କାକୁଡିଆ ଗ୍ରାମର ମୀତା ଘଡାଇଙ୍କ ସ୍ବାମୀଙ୍କ ଠାରୁ ଜଗତସିଂହପୁର ଥାନା ଇଟାପଡା ଗ୍ରାମର ଜଣେ ବ୍ୟକ୍ତି କାର ଛଡ଼ାଇ ନେଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମୀତା ନିକଟରେ ଏକ କାର ଇଟାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ କିଣିଥିଲେ। ତାଙ୍କ ସ୍ବାମୀ ସୋମବାର କାର ନେଇ ଯାଉଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କ ସ୍ବାମୀଙ୍କୁ ଅଟକାଇ କାର ଛଡ଼ାଇ ନେଇଥିବରୁ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।