ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁରେଇଟୋଲା ଅଞ୍ଚଳରେ ଆଜି ରାତି ପ୍ରାୟ 8 ଟା ରେ ଭାଈ କୁ ମାରିଲା ଭାଈ l ମୃତକ ଭାଈ ଜଣକ ହେଉଛନ୍ତି ଅନୀଲ ମୁଣ୍ଡା l ଦୁଇ ଭାଈଙ୍କ ମଧ୍ଯରେ କୌଣସି କାରଣକୁ ନେଇ ଆଜି ଝଗଡା ହୋଇଥିଲା l ହତ୍ୟାକାରୀ ଭାଈ ଦିଲ୍ଲୀପ ମୁଣ୍ଡା ଭାଇକୁ ହତ୍ୟା କରି ଫେରାର ହେଉଥିବା ବେଳେ ଦିଲ୍ଲୀପ କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ପୋଲିସ l ମୃତକ ଅନିଲ ଙ୍କ ଶବ କୁ ପୋଲିସ ଜବତ କରି ମେଡିକାଲ ରେ ରଖିଥିବା ବେଳେ ଆସନ୍ତାକାଲି ବ୍ୟବଛେଦ କରାଯିବ l ସେପଟେ ଅଭିଯୁକ୍ତ ଭାଈ କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ତେବେ ହତ୍ୟାର ପ୍ରକୁତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ