କୁଚିଣ୍ଡା କଲେଜ୍ ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ୍ ଅଧକ୍ଷ ମନୋଜ ପଣ୍ଡାଙ୍କ ତତ୍ବାବଧାନରେ ପ୍ରୋଗ୍ରାମ ଅଫିସର ବେଲମତୀ କୁମୁରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସର ରେ ୧୫ ଜଣ ପ୍ରଥମ ଥର ସ୍ୱେଚ୍ଛା ରେ ରକ୍ତଦାନ କରିଥିଲେ। ରୋଗୀମାନଙ୍କୁ ସଠିକ ସମୟରେ ରକ୍ତ ଯୋଗାଇବା ଉଦ୍ଦେଶ୍ୟ ନେଇ ଗୁରୁବାର ଦିନ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବା ବେଳେ କଲେଜ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟା ୫ ଟାରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।