ରାଉରକେଲା ସହରର ସଂଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ସିଭିଲ ଟାଉନସିପ ଅଞ୍ଚଳରୁ ଠାବ ହୋଇଛି ଏହି ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ । ଘର ଭଡ଼ା ନେଇ ଚାଲିଥିଲା ଦେହ ବ୍ଯବସାୟ । ଯାହାର କିଙ୍ଗପିନ ଥିଲେ ମୁକେଶ ଗୁପ୍ତା । ଗତକାଲି ସନ୍ଧ୍ୟାରେ ରଘୁନାଥପାଲୀ ପୋଲିସ ଚଢ଼ାଉ କରି ରାଣୀ ମହୁମାଛିଙ୍କ ସହ ୫ ଜଣଙ୍କୁ କାବୁ କରିଛି । ସୋମବାର ପୂର୍ବାହ୍ନରେ ଜବତ ଯୁବତୀଙ୍କୁ ମେଡିକାଲ ଟେଷ୍ଟ କରାଯାଇଛି। ଘରୁ ବିଭିନ୍ନ ଆପତ୍ତିଜନକ ଜିନିଷ ସହ ୭ଟି ମୋବାଇଲ ଓ ଡାଏରୀ ଜବତ କରିଛି ପୋଲିସ ।