ଦେବଗଡ ଜିଲ୍ଲା ନଳବନ୍ଧ ଗ୍ରାମରେ ୨ ଦିନ ହେଲା ଦନ୍ତା ହାତୀ ଗଜେନ୍ଦ୍ର ଉପଦ୍ରବ ଜାରି ରଖିଛି । ନଳବନ୍ଧ ଗାଁ ଛାଡି ଅନ୍ୟତ୍ର ଯାଉନଥିବା ବେଳେ ଦନ୍ତା ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଛି । ଗାଁରେ ହୋଇଥିବା ଏକଡ ଏକଡ ପନିପରିବା ଚାଷ ମାଡି ଦଳି ନଷ୍ଟ କରୁଥିବା ବେଳେ ଚାଷୀ କ୍ଷୟକ୍ଷତି ଶିକାର ହେଉଛନ୍ତି । ଗ୍ରାମବାସୀଙ୍କ ସହିତ ବନବିଭାଗ କର୍ମଚାରୀ ଉକ୍ତ ଦନ୍ତା ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କୁ ନାକେଦମ ହେବାକୁ ପଡୁଛି । ଆଜି ମଧ୍ୟ ନଳବନ୍ଧ ଗ୍ରାମରେ ଉପଦ୍ରବ ଜାରି ରହିଥିବା ନେଇ ରାତି ୯ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି ।