କଟକ ପୌରାଞ୍ଚଳ: ସାଲେପୁର କୈବର୍ତ୍ତ ସାହି ନିକଟ କେନାଲରେ ଓଲଟିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋରିକ୍ସା, ଛାତ୍ରଛାତ୍ରୀ ଓ ଚାଳକ ଆହତ
କଟକ ଜିଲ୍ଲା ସାଲେପୁର କୈବର୍ତ୍ତ ସାହି ନିକଟ କେନାଲରେ ଓଲଟିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋରିକ୍ସା। ଏଥିରେ ଚାଳକ ଜଣକ ଆହତ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ୧ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ୧୦ ଜଣ ଛାତ୍ରଛାତ୍ରୀ ଅଟୋରିକ୍ସାରେ ବସିଥିବା ଯୋଗୁଁ ତାହା ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଥିଲା।