ମାହାଙ୍ଗା: ମାହାଙ୍ଗା ବ୍ଳକ ଅଳିଯୋଡ଼ା ଠରେ ବିଧାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ଆଜି ମଙ୍ଗଳବାର ଅପରାହ୍ନରେ ମାହାଙ୍ଗା ବ୍ଲକ ଅଳିଯୋଡ଼ା ଠାରେ ଅନ୍ୟଦଳ ଛାଡି 20 ରୁ ଉର୍ଦ୍ଧ୍ବ କର୍ମୀ ବିଧାୟକ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଧାୟକଙ୍କ ଉପସ୍ଥିତିରେ ଆଳିଯୋଡ଼ା ସ୍ଥିତ ବାସଭବନରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ବିଧାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।