ତିଲେଇବଣି ବ୍ଲକ ସୁଗୁଡା ଗ୍ରାମରେ ମା’ ରମ୍ଭାଦେବୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ମା’ ରମ୍ଭାଦେବୀ ତ୍ରିଦିବସୀୟ କ୍ରିକେଟ ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୫.୩୦ ରେ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ କାଲକାଠ କ୍ରିକେଟ ଦଳକୁ ୩୦ ରନରେ ପରାସ୍ତ କରି ଟାଇଁସର କ୍ରିକେଟ ଦଳ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ଅମ୍ପାୟାର ଭାବେ ସୁଶାନ୍ତ ସାହୁ, ଅରୁଣ ସାହୁ, ପିଙ୍କେଶ୍ୱର ପ୍ରଧାନ, ସୁପ୍ରିମ ସାହୁ ଓ ଅନିଲ ସାହୁ ପରିଚାଳନା କରିଥିଲେ ।