ଭୋଗରାଇ: ୫୭ ନମ୍ବର ରାଜ୍ୟରାଜପଥର ଉନ୍ନତି କରଣ ପାଇଁ ଭୁବନେଶ୍ୱର ସ୍ଥିତ ବାସବଭନରେ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଭୋଗରାଇ ବିଧାୟକ
ଜଳେଶ୍ଵର -ଚନ୍ଦନେଶ୍ଵର ରାସ୍ତା ହେଉଛି ସାଢ଼େ ତିନି ଲକ୍ଷ ଭୋଗରାଇବାସୀଙ୍କ ଯାତାୟତ ପାଇଁ ଜୀବନରେଖା ସଦୃଶ । ପ୍ରାୟ ୪୦ କିମି ଲମ୍ବା ଏହି ରାସ୍ତା ବାତୀତ ପ୍ରସିଦ୍ଧ ଚନ୍ଦନେଶ୍ଵର ଶୈବପୀଠ, ତାଳସାରି ଓ ଉଦୟପୁର ବେଳାଭୂମି ଏବଂ ପଶ୍ଚିମବଙ୍ଗର ଦୀଘା ଯିବା ପାଇଁ ଆଉ କିଛି ବିକଳ୍ପ ନାହିଁ। ତେଣୁ ଏହି ରାସ୍ତାକୁ ଜାତୀୟ ରାଜପଥରେ ପରିଣତ କରି ଏହାର ପ୍ରଶସ୍ତିକରଣ କରିବା ପାଇଁ ମାନ୍ୟବର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଦାବିପତ୍ର ଦେଲେ ଭୋଗରାଇ ବିଧାୟକ ।