ଦେବଗଡ ଜିଲ୍ଲା ଗୁରୁସଙ୍ଗ ଗ୍ରାମ ନିକଟରେ ଆଜି ପୂର୍ବାହ୍ନରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ବାପ ଓ ପୁଅ ଆହତ ହୋଇଥିବା ଜଣାପଡିଛି । ଏକ ବାଇଜ ଯୋଗେ ଦୁଇ ବାପ ଓ ପୁଅ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଏକ ଗଛକୁ ଧକ୍କା ଦେଇ ରାସ୍ତାରେ ଛିଟିକି ପଡିଥିଲେ । ଦୁର୍ଘଟଣାରେ ବିଜୟ କୁମାର ବିଶ୍ୱାଳ ଏବଂ ତାଙ୍କ ପୁଅ ସୁଭମ ବିଶ୍ୱାଳ ଆହତ ହୋଇଛନ୍ତି ।ବାପାଙ୍କ ଅପେକ୍ଷା ସୁଭମ ଅଧିକ ଆହତ ହୋଇଥିବା ବେଳେ ତାଙ୍କ ମୁହଁ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।