ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ମାଝୀପାଲି ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଯୁବକ ଆହତ
ଅଇଁଠାପାଲି ଥାନା ଅନ୍ତର୍ଗତ ମାଝୀପାଲି ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଯୁବକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 7 ଟା ସମୟରେ ଜଣେ ଯୁବକ ତାଙ୍କ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ଯୁବକ ଜଣକ ରାସ୍ତାରେ ପଡି ଯାଇ ଗୁରୁତର ଆହତ ହୋଇଥିଲେ l ତାଙ୍କ ଦେହ ର ଅନେକ ଅଂଶ ରେ ଆଘାତ ଲାଗିଥିଲା l ସେପଟେ ଧକ୍କା ଦେଇଥିବା ବାଇକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା l