ଗତ ଅକ୍ଟୋବର ମାସରେ ସୋର ଥାନା ମଲ୍ଲିଚୁଆ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ହୋଇଥିବା ହତ୍ୟା ଘଟଣାରେ ସୋର ପୁଲିସ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁସା ରେ ଏହି ଗ୍ରାମର ଚଇତା ସିଂ ଗୁଣିଗାରେଡି କରୁଥିବା ସନ୍ଦେହ ରେ ଗ୍ରାମବାସୀ ମାନେ ଗତ ସେପ୍ଟେମ୍ବର ମାସରେ ଚଇତା ତାଙ୍କ ସ୍ତ୍ରୀ ମୁନି ସିଂ ଓ ଭାଉଜ ଟୁନିି ସିଂଙ୍କୁ ଗଛରେ ବାନ୍ଧି ମାଡ ମାରିବା ସହିତ ଚଇତା ଗୋଡ଼ରେ ବେଡି ପକାଇ ରଖିଥିଲେ।ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଗତ ଅକ୍ଟୋବର ମାସ ୧୨ତାରିଖରେ ଟୁନି ସିଂଙ୍କରମୃତ୍ୟୁ ହୋଇଥିଲା।