କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡକଟା ଠାରେ ଆଞ୍ଚଳିକ ଧନୁଯାତ୍ରା ଆୟୋଜିତ ହୋଇ ଆସୁଥିବା ବେଳେ ଗୁରୁବାର ଏହାର ଦ୍ଵିତୀୟ ଦିନରେ କୃଷ୍ଣ ଜନ୍ମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗତ ବୁଧବାର ଠାରୁ ଖଣ୍ଡକଟା ଠାରେ ଆଞ୍ଚଳିକ ଧନୁଯାତ୍ରା ଆୟୋଜିତ ହୋଇ ଆସୁଛି। ହେଲେ ଏହାର ଦ୍ଵିତୀୟ ଦିବସ ରେ କନ୍ସଙ୍କ ରଙ୍ଗସଭା, କୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ରାଜକୀୟ ଅତିଥି ଭାବେ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ କୁଚିଣ୍ଡା SDPO ପ୍ରଦୀପ କୁମାର ଦାସଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।