ମହିଳାମାନଙ୍କ ସହ ଜଡିତ ଅଭିଯୋଗର ସମାଧାନ ଏବଂ ଜିଲ୍ଲା ସ୍ତରରେ ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ପାଇଁ ଶୁକ୍ରବାର ଦିନ ଓଡିଶା ରାଜ୍ୟ ମହିଳା କମିଶନର ଏକ କ୍ୟାମ୍ପ କୋର୍ଟ ଶୁଣାଣି କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାମ୍ପ କୋର୍ଟରେ ସଦସ୍ୟ ଶ୍ରୀମତୀ ପ୍ରତିଭା ଶତପଥୀ, ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ପ୍ରଭା ଧାନ, ଉପସ୍ଥିତ ଥିଲେ l