ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜୋରାଗାଡିଆ ଗ୍ରାମ ନିକଟରେ ବାଇକରୁ ପଡ଼ି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି। ମିଳିଥିବା ଖବର ଅନୁସାରେ କାମାକ୍ଷାନଗର ଅଞ୍ଚଳର ଅବିନାଶ ମହାନ୍ତି (୨୫) କୌଣସି କାମରେ ତାଳଚେର ଆସି ଘରକୁ ଫେରୁଥିବା ବେଳେ ଜୋରାଗାଡିଆ ଗ୍ରାମ ନିକଟରେ ଅନ୍ୟ ଏକ ଗାଡ଼ି କଟ ମାରିବାରୁ ଅବିନାଶ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଯାହା ଫଳରେ ଖବର ପାଇ ହାଇୱେ ପାଟ୍ରୋଲିଂ ସହାୟତାରେ ପ୍ରଥମେ ବଅଁରପାଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜି