ଦେବଗଡ: କଂସର ଠାରେ ବିକାଶ ଦିବସ ଅବସରରେ ରକ୍ତଦାନ ଶିବିର
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ଦେବଗଡ଼ ଓ କଂସର ଏକଲବ୍ୟ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ ମହାବିଦ୍ୟାଳୟ ଠାରେ ବିକାଶ ଦିବସ ପାଳନ ଅବସରରେ ଆଜି ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ମେରା ଯୁବା ଭାରତ ଦେବଗଡ଼ର ପ୍ରଦୀପ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକୁମାର ଗୁପ୍ତା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।