ଝାରସୁଗୁଡା: ତେଲେନପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତେଲେନପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବାବା ପଶ୍ଚିମେଶ୍ଵର ଯୁବକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆଜି ରବିବାର ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇଥିଲା l ଏଥିରେ ପଦ୍ମଶ୍ରୀ ହଲଧର ନାଗ ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଉପସ୍ଥିତ ଥିଲେ l ସମ୍ବଲପୁରୀ ବାଦ୍ୟ, ନୃତ୍ୟ, ଗୀତ ସହ ଆରକେଷ୍ଟ୍ରା କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା l