ଟିଟିଲାଗଡ: ଓଁକାର ଷଡ଼ଙ୍ଗୀଙ୍କ ଟ୍ୟୁସନ୍ ସମ୍ମୁଖରୁ ସାଇକେଲ ଚୋରି
ଟିଟିଲାଗଡ଼ ଥାନା ସାଇଡ ଗଳିରେ ଦୀପକ ସମାଦାରଙ୍କ ଘରେ ପିଲା ମାନେ ଟ୍ୟୁସନ ପଢ଼ିବା ପାଇଁ ଯାଇଥାନ୍ତି। ସବୁ ଦିନ ଭଳି ଆଜିବି ଟ୍ୟୁସନ୍ ପଢ଼ିବା ପାଇଁ ଘର ବାହାରେ ସାଇକେଲ ରଖି ଭିତରକୁ ଯାଇଥିଲେ, ପଢି ସାରି ବାହାରକୁ ବାହାରି ଦେଖିଲା ବେଳକୁ ସାଇକେଲ ସେଠାରେ ନାହିଁ, ଖୋଜାଖୋଜି କରି ନ ପାଇବାରୁ ଶିଶି ଟିଭି ଫୁଟେଜ ଦେଖିଲା ବେଳକୁ ଜଣେ ଯୁବକ ସ୍କୁଟିରେ ଅନ୍ୟ ଜଣେ ଯୁବକ ଓଁକାରଙ୍କ ସାଇକେଲ ନେଇ ପଳାଉଥିବା  ଦେଖିବାକୁ ମିଳିଛି।  ସାଇକେଲ ଚୋରି ନେଇ ଏବେ ଅଭିଭାବକ ମାନେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପାଇଁ ଜଣାଇଛନ୍ତି