ଜମନକିରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଶନିବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୁଚିଣ୍ଡା କଲେଜ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟ ପାଇଁ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାଏକ, ପରିଚାଳନା କମିଟି ସଭାପତି ସାଲେକରାମ ପ୍ରଧାନ ଓ ସମ୍ପାଦକ ନାରାୟଣ ସାହୁ ଯୋଗଦେଇ ଉତ୍ସାହିତ କରିଥିଲେ।