ଝାରସୁଗୁଡା ଜିଲ୍ଲା ଡାନିଏଲସ ସଭାଗୃହରେ କିଶୋରୀ ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ ନୋମି ଡାନିଏଲସ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ସଂଯୋଜକ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଖାଲିଆକାନି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡା ରୋଶନ ପଣ୍ଡା, ବି ଏଲ ଏଫ ସଭାନେତ୍ରୀ ପ୍ରମିଳା ଚୌଧୁରୀ, ପୂର୍ବତନ ରାଜପୁର ସମିତି ସଭ୍ୟ ଗଣେଶ ବାଗ, ଭି ପ୍ରଣୟ ଜ୍ୟୋତି ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଅତିଥିମାନେ ବାଲ୍ୟବିବାହ, ଶିଶୁଶ୍ରମିକ ନିରୋଧ ଆଇନି ଉପରେ ଅବଗତ କରିଥିଲେ।ସେହିପରି କିଶୋରୀ ସ୍