ନିର୍ବାଚନ ସୁପରିଚାଳନା ଏବଂ ମତଦାନ ସମୟରେ ଦେଖାଯାଉଥିବା ସମସ୍ୟାକୁ ଦୂର କରିବା ପାଇଁ ଦେବଗଡ ଜିଲାରେ ୨୯ ଟି ନୂତନ ମତଦାନ କେନ୍ଦ୍ର ଗଠନ କରାଯାଇଛି । ସହିପରି ୬ ଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତନ କରାଯାଇଛି । ଏହି ଅବସରରେ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଆଜି ଦିନ ପ୍ରାୟ ୧ ରେ ଅନୁଷ୍ଠିତ ଏକ ବୈଠକରେ ସୂଚନା ଦିଆଯାଇଛି ।