ରାଉରକେଲା ଆଇଜିଏଚ୍ କୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବା ନେଇ ମସୁଧା ଚାଲିଥିବା ଅଭିଯୋଗରେ ଏକ ସାମ୍ବାଦିକ ସମ୍ମିଳନୀ ରାଉରକେଲା ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୂର ମଞ୍ଚ। ଆସନ୍ତାକାଲି ସୋମବାର ଦିନ ଆଇଜିଏଚ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ଉଭୟ ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମିକ ସଂଘ ସଭାପତି।