ବରଗଡ: ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ନବୀକରଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବରଗଡ ବିଧାୟକ
ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମର ନବୀକରଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ସ୍ଥାପନ କଲେ ବରଗଡ଼ ବିଧାୟକ | ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ଦ୍ୱାରା ୧ କୋଟି ୪ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମର ନବୀକରଣ କାର୍ଯ୍ୟର କରାଯିବ | ଏନେଇ ବିଧାୟକ ମିନି ଷ୍ଟାଡିୟମ ଠାରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ଏହି ପ୍ରୟାସ ଜିଲ୍ଲାର କ୍ରୀଡ଼ାକୁ ନୂତନ ଗତି ଦେବା ସହ ନୂତନ ପ୍ରତିଭା ପାଇଁ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ବିଧାୟକ ଜଣାଇଥିଲେ ।