ସରକାରଙ୍କ ପକ୍ଷରୁ ସମସ୍ତ ବ୍ଲକରେ ଆୟୋଜିତ କରାଯାଉଥିବା ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ବିଷୟରେ ଝାରସୁଗୁଡା ଜିଲ୍ଲା ଲାଇକେରାରେ ପ୍ରତିକ୍ରିୟା ଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ବିଧାୟକ ଟଙ୍କଧର ଆଜି ଅପରାହ୍ନ ୧ଟା ୩୦ରେ ପ୍ରତିକ୍ରିୟା ଦେଇ କହିଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ମାଧ୍ୟମରେ ଚାଷୀ ଙ୍କୁ ସମସ୍ତ ସରକାରୀ ଯୋଜନା ଏହାର ଲାଭ ବିଷୟରେ ଅବଗତ କରାଇ ଲାଭ ଦ୍ବିଗୁଣିତ କରିବାପାଇଁ ପ୍ରୟାସ କରାଯାଉଛି l