କଣ୍ଟାମାଳ: ମନମୁଣ୍ଡା ଓ କଣ୍ଟାମାଳ ଥାନା ପୋଲିସ ପୋଲିସ ପକ୍ଷରୁ ଏକତା ପାଇଁ ଗଣ ଦୌଡ ଅନୁଷ୍ଠିତ
ଶୁକ୍ରବାର ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ଓ କଣ୍ଟାମାଳ ଥାନା ପକ୍ଷରୁ ପୃଥକ୍ ପୃଥକ୍ ଭାବେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପାଇଁ ଗଣ ଦୌଡ ଅନୁଷ୍ଠିତ ହୋଇ ଯାଇଛି l ମନମୁଣ୍ଡା ଥାନା ଆଇ ଆଇ ସି ଅଞ୍ଜଳି ବିଶ୍ୱାଳଙ୍କ ତତ୍ୱାବଧାନରେ ମନ ମୁଣ୍ଡା ଠାରେ ଅନୁଷ୍ଠିତ ଗଣ ଦୌଡରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇ ଗଣ ଦୌଡରେ ସାମିଲ ହୋଇଥିଲେ | ସେହିପରି କଣ୍ଟାମାଳ ଠାରେ ଆଇ ଆଇ ସି ରଂଜିତ କୁମାର ମୁନୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏକତା ପାଇଁ ଗଣ ଦୌଡ କାର୍ଯ୍ୟକ୍ରମରେ କଣ୍ଟାମାଳ ଅଂଚଳର ବୁଦ୍ଧିଜୀବି ଓ ଜନ ସାଧାରଣ ସାମିଲ ହୋଇଥିଲେ |