ଖରିଆର: ୫୯ ବର୍ଷରେ ପଦାର୍ପଣ କଲା ଝୋଲପଥର ଗ୍ରାମର ଶାରଦୀୟ ଦୂର୍ଗାପୂଜା
ଖଡିଆଳ ବ୍ଲକ ଝୋଲପଥର ଗ୍ରାମର ଦୁର୍ଗାପୂଜା ଚଳିତ ବର୍ଷ ୫୯ ବର୍ଷରେ ପଦାର୍ପଣ କରିଛି। ପୀଠରେ ମୃଣ୍ମୟୀ ଦେବୀଙ୍କ ଷୋଡ଼ଶୋପଚାର ପୂଜା ବିଧି ଅନୁସାରେ ପୂଜା ଅନୁଷ୍ଠିତ ହେଉଛି । ସକାଳେ ସନ୍ଧ୍ୟାରେ ପୁଷ୍ପାଞ୍ଜଳୀ, ଆଳତି ଓ ଭଜନ କୀର୍ତ୍ତନ, ଭଣ୍ଡାରା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।କର୍ତ୍ତା ଜୟସେନ ମେହେର ଓ ତାଙ୍କର ଧର୍ମପତ୍ନୀ ଗୌରୀ ମେହେର ତୁଲାଉଥିବା ବେଳେ ପୂଜକ ମୃତ୍ୟୁଞ୍ଜୟ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା,ଅମୂଲ୍ୟ ମୁଣ୍ଡ ରହିଛନ୍ତି । ଆଜି ୬ ଟା ସମୟରେ ଆଖପାଖ ଗ୍ରାମରୁ ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଅଛି।