ଲାଞ୍ଜିଗଡ: ରାମଚନ୍ଦ୍ରପୁର ବଜାର ପଡ଼ିଆରେ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ
ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଫାଉଣ୍ଡେସନ ଓ ଭାରତ ପେଟ୍ରୋଲିୟମ ଲିମିଟେଡର ମିଳିତ ଆନୁକୂଲ୍ୟରେ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ବଜାର ପଡ଼ିଆରେ ଅଣ ସଂକ୍ରାମକ ରୋଗ ପ୍ରତିରୋଧ ପାଇଁ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ସମ୍ପର୍କିତ ଏକ ସ୍ୱତନ୍ତ୍ର ଶିବିର ଆଜି ମଙ୍ଗଳବାର ଦିବା ବାରଘଣ୍ଟା ସମୟରୁ ଅପରାହ୍ନ ଚାରିଟା ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।