ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସୋମବାର ଅପରାହ୍ନରେ ରାଉରକେଲା ଟାଙ୍ଗରପାଲି ଓ ବନ୍ଧମୁଣ୍ଡା ଥାନା ପରିଦର୍ଶନ କରିଛନ୍ତି । ବ୍ରିଜେଶ କୁମାର ରାୟଙ୍କ ସହ ଏସପି ରାଉରକେଲା ନିତେଶ ବାଧୱାନୀ ମଧ୍ୟ ପରିଦର୍ଶନ କରି ଚାଲୁଥିବା ଇ-ବିଟ୍ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ।କାର୍ଯ୍ୟ ଦକ୍ଷତା , ଭିତ୍ତିଭୂମି ଏବଂ ଲୋକସେବା ପହଞ୍ଚାଇବା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ।