ଅନୁଗୋଳ: ବନ୍ତଳା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
Anugul, Angul | Oct 22, 2025 ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ସାଇବର କ୍ରାଇମ୍ । ଯାହା ଫଳରେ ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିଦିନ ଜିଲ୍ଲାରେ ବିଭିନ୍ନ ପ୍ରକାର ସାଇବର କ୍ରାଇମର ଏକାଧିକ ମାମଲା ସାମ୍ନା ଆସୁଛି। ଏ ସବୁକୁ ନଜରରେ ରଖି ଆଜି ବନ୍ତଳା ପୋଲିସ ପକ୍ଷରୁ ଥାନା ଅଞ୍ଚଳର ବନ୍ତଳା ସାପ୍ତାହିକ ହାଟ, ବନ୍ତଳା ଛକ, ପୋକତୁଙ୍ଗା ଉଚ୍ଚ ବିଦ୍ୟାଳୟ ଓ ବଡକେରାରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସାଇବର