ଏରସମା: ମଲ୍ଲୀପୁର ଗ୍ରାମରେ ବାସଭବନରେ ପହଞ୍ଚିଲା ଡାକ୍ତର ଦାମୋଦର ରାଉତଙ୍କ ପାର୍ଥିବ ଶରୀର, ଗାଁରେ ଶୋକାକୁଳ ପରିବେଶ
ଆଜି ସନ୍ଧ୍ୟା 7ଟା ବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ଏରସମାର ମଲ୍ଲୀପୁର ଠାରେ ପହଞ୍ଚିଥିଲା l ଗାଁରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମବାସୀ ମାନେ ଡାକ୍ତର ରାଉତଙ୍କ ଶେଷ ଦର୍ଶନ କରିଥିଲେ l ମଲ୍ଲିପୁରରୁ ସିଧା ପୁରୀ ସ୍ୱର୍ଗଦ୍ୱାର ଯାଇ ଶେଷକୃତ୍ୟ କରାଯିବ ବୋଲି ପୁତ୍ର ସମ୍ବିତ ରାଉତ ସୂଚନା ଦେଇଛନ୍ତି l