ଧର୍ମଗଡ: କଲମପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିରରେ ଯୋଗଦେଲେ ବିଡ଼ିଓ
ସୋମବାର କଲମପୁର ବ୍ଲକ ଅନ୍ତର୍ଗତ କଲମପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି। ଆୟୋଜିତ ଏହି ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଯୋଗ ଦେଇଥିଲେ। ଜନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଶିଷ କୁମାର ପଣ୍ଡା କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ମିଶନ ଶକ୍ତିର ବିପିଏଲ୍ ରିଜିଆନୁସ ଏକ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକଙ୍କ ସଂଯୋଜନା କରିଥିଲେ।