ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଲୁକାପଡା ହାଇସ୍କୁଲ ତରଫରୁ ଆୟୋଜିତ ୩୩ତମ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ ଓ ଉଲ୍ଲାସର ସହିତଆଜି ଅପରାହ୍ନ ୩ଟା ସମୟରେ ସମ୍ପନ୍ନ ହୋଇଛି। ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯୋଗଦେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ବିଭିନ୍ନ ଇଭେଣ୍ଟରେ ଭାଗ ନେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ। କ୍ରୀଡା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀଣ ବିକାଶ ହେବ ବୋଲି ସେ କହିଥିଲେ।