ହିର୍ଲି ନିକଟରେ ପଥଚାରୀଙ୍କୁ ଧକ୍କା ଦେଲା ବାଇକ, ଗୁରୁତର ପଥଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ ପୂର୍ଣ୍ଣ ଚନ୍ଦ୍ର ଭତରା ନାମକ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହିର୍ଲି ନିକଟରେ ଏକ ବାଇକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେ ତଳେ ପଡି ତାଙ୍କ ଦୁଇ ଗୋଡ଼ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରେଇଛନ୍ତି