ଆନନ୍ଦପୁର: ଗୋଲାବନ୍ଧ ଗାଁରେ ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ହାଣିଲା ଦିଅର, ଡାକ୍ତରଖାନାରେ ଭର୍ତ୍ତି, ଅଭିଯୋଗ ରଖିଲେ ସମ୍ପର୍କୀୟ
ଆନନ୍ଦପୁର ଥାନା ଗୋଳାବନ୍ଧ ଗାଁରେ ଜମି ବାଡ଼ି ବିବାଦ କୁ ନେଇ ଭାଉଜ କୁ ହାଣିଲା ଦିଅର । ଗାଁର ବାସନ୍ତୀ ନାଇକ ନାମକ ବିଧବା ଅସହାୟ ମହିଳାଙ୍କୁ ତାଙ୍କ ଦିଅର ବୁଦ୍ଧିଆ ନାଇକ ଟାଙ୍ଗିଆ ରେ ହାଣି ଲହୁଲୁହାଣ କରିଛନ୍ତି। ସନ୍ଧ୍ୟା ୫ଟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଛନ୍ତି। ଅଭିଯୋଗ ରଖିଛନ୍ତି ସମ୍ପର୍କୀୟ।