ଟେଣ୍ଟ ଗାଡିରୁ ପଡି ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ମୁତାବକ ନାଲକୋ ଥାନା ଅନ୍ତର୍ଗତ ନାଲକୋ ମୁଣ୍ଡା ହଟିଙ୍ଗର ଦିଗା ଭୁମଜି ଙ୍କ ପୁଅ ଅର୍ଜୁନ ଭୁମଜି (୨୭) ଅନୁଗୋଳ ସହର ସ୍ଥିତ ଏକ ଟେଣ୍ଟ ଗାଡ଼ିରେ ଜିନିଷ ପତ୍ର ରଖୁଥିବା ବେଳେ ଗାଡ଼ି ଉପରୁ ଅସାବଧାନତା ଯୋଗୁଁ ତଳକୁ ଖସିପଡିଲେ ଯାହା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି।