ବରଗଡ: ଗଂଝିଆଟିକ୍ରା ଠାରେ ବୃଦ୍ଧ ଦମ୍ପତ୍ତି ଘର ଭିତରେ ରସି ଲଗାଇ କରିଛନ୍ତି ଆତ୍ମହତ୍ୟା,ପୋଲିସର ତଦନ୍ତ ଆରମ୍ଭ
ବରଗଡ଼ ଜିଲ୍ଲା ସଦର ଥାନା ଖୁଣ୍ଟପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗଂଝିଆଟିକ୍ରା ଠାରେ ଏକ ବୃଦ୍ଧ ଦମ୍ପତ୍ତି ଘର ଭିତରେ ରସି ଲଗାଇ  ଆତ୍ମହତ୍ୟା କରିଥିବା ଭଳି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ଶନିବାର ସକାଳ 9 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ପରିବାର ଲୋକେ | ତେବେ ଗତକାଲି ସନ୍ଧ୍ୟା ସମୟରେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୁଚନା ରହିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ମୃତକ ସ୍ବାମୀ ପ୍ରାୟ 65 ବର୍ଷୀୟ କିରୋଟି ପ୍ରଧାନ ଓ ମୃତ ସ୍ତ୍ରୀ ପ୍ରାୟ 60 ବର୍ଷୀୟା ଶାନ୍ତି ପ୍ରଧାନ ହୋଇଥିବା ବେଳେ ମୃତ୍ୟୁର  କାରଣ ଖୋଜୁଛି ପୋଲିସ ।