ବେହେରାଗୁଡା ର ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରୁ ବିଶାଳ ନାଗ ସାପ ku ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବେହେରାଗୁଡା ର ରାମ ଭରଣ ଗୁପ୍ତାଙ୍କ ଫାର୍ମ ହାଉସ ରୁ ବିଷାକ୍ତ ନାଗ ସାପ ଉଦ୍ଧାର ହେଇଛି ବୁଧବାର ଅପରାହ୍ନ 4 ଟାରେ ଫାର୍ମରେ ଥିବା କୋଠରୀ ରେ ଏକ ବିଷାକ୍ତ ନାଗ ସାପ ବୁଲୁଥିବାର ଲୋକମାନେ ଦେଖିଥିଲେ । ଏହି ଖବର ଜାଣିବା ପରେ ଫାର୍ମ ମାଲିକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁବାଷ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ସୁବାଷ ପହଞ୍ଚି ସାପଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଦେଇଛନ୍ତି ।