ବାଲେଶ୍ବର ରେମୁଣା ଥାନା ଅଧିନ ଶାଳବଣୀ ଗ୍ରାମର ଅଭିରାମ ଦାସଙ୍କ ଧାନ ଗଦାରେ ବୁଧବାର ରାତ୍ର ୮ଘଟିକା ସମୟରେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ୪ ଏକର ଚାଷ ଜମିରୁ ଧାନ ଅମଳ କରି ରଖିଥିଲେ। ଅଭିରାମ ସନ୍ଦେହ କରୁଛନ୍ତି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି କେହି କରିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଅୟତ୍ତ କରିଥିଲେ।