ଓରିଏଣ୍ଟ: କଦମଡ଼ିହି ଅଂଚଳରେ ଏକ ହାତୀ ବୁଲୁଥିବା ଭିଡିଓ ଭାଇରାଲ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡ଼ିହି ଅଂଚଳରେ ଏକ ହାତୀ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି l ଆଜି ରାତି ୯ ଟା ୩୦ ରୁ ଏହି ଭିଡିଓ ଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବାବେଳେ ହାତୀ ଟି ଏକ ବିଲ ରେ ଥିବା ଭିଡିଓ ରେ ଦେଖିବାକୁ ମିଳିଛି l ଅନ୍ୟପଟେ ଏନେଇ ବନ ବିଭାଗ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ହାତୀ ଟି ପତ୍ରାପାଲି ଅଂଚଳରେ ନୁହେଁ ବରଂ ଝାରସୁଗୁଡା ସୁନ୍ଦରଗଡ଼ ଜଙ୍ଗଲ ର ବୋର୍ଡର ଅଂଚଳରେ ଥିବା ଜଣାପଡିଛି l ଏହାସହ ଝାରସୁଗୁଡା ବନ ବିଭାଗ ପକ୍ଷରୁ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି l