ବରଗଡ: ଚାଷରେ କ୍ଷତି ପୂରଣ ପାଇଁ ଅନୁରୋଧ କରି ଗୋରୁ ମାର୍କେଟ ଠାରେ ପ୍ରତିକ୍ରିୟା ରଖିଲେ ସଂଯୁକ୍ତ କୃଷକ ସଂଗଠନର ଚାଷୀ
ଅଦିନିଆ ବର୍ଷାରେ ଚାଷୀ ବେହାଲ | କ୍ଷତିପୂରଣ ପାଇଁ ସରକାରଙ୍କୁ ଅନୁରୋଧ କଲେ ଚାଷୀ | ଶନିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବରଗଡ଼ ଗୋରୁ ମାର୍କେଟରେ ପ୍ରତିକ୍ରିୟା ରଖିଲେ ସଂଯୁକ୍ତ କୃଷକ ସଂଗଠନର ଚାଷୀ | ସୂଚନା ଅନୁସାରେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀର ସୁନା ଫସଲ ନଷ୍ଟ ହୋଇଯାଇଛି | ପଦ୍ମପୁର ସବଡିଭିଜନ ଘେଁସ ଠାରେ ଅଦିନିଆ ବର୍ଷା ଯୋଗୁ ଚାଷୀର ଫସଲ ସବୁ ନଷ୍ଟ ହୋଇଯାଇଥିବା ଦେଖାଯାଇଛି | ତେବେ ଏନେଇ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି |