ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜଛକ ନିକଟରେ ଏକ ଗୋରୁ ବୋଝେଇ ଗାଡିକୁ ଅଟକାଇ ଗାଡି ଭଙ୍ଗାରୁଜା କରି ଗୋରୁ ଛଡେଇ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ସୋର ପୁଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଜଳେଶ୍ୱରର ମନରଞ୍ଜନ ମାଈତି ଭୁବନେଶ୍ୱର ପଥରବନ୍ଧ ସ୍ଥିତ କାହ୍ନୁଚରଣ ବେହେରାଙ୍କ ନିକଟରୁ ଏକ ଗାଈ ଏବଂ ବାଛୁରୀ କିଣି ସମସ୍ତ କାଗଜପତ୍ର ସହ ଓଡି ୦୨ ଟି ୯୪୦୦ ନମ୍ବର ବିଶିଷ୍ଟ ଟାଟା ଏସି ଗାଡି ଗାଡ଼ିରେ ଜଳେଶ୍ୱର ନେଇ ଯାଉଥିଲେ।ଆଜି ଅପରାହ୍ନରେ କଲେଜ ଛକ ନିକଟରେ ଗାଡି ପହଞ୍ଚିବା ପରେ ସେଠାରେ ୨୦ ରୁ ଉର୍ଧ୍ଵ ଯୁବକ ପହଞ୍ଚି ଆକ୍ରମଣ କରିଥିଲେ।