ବୁଧବାର ରାତିରେ ରଥଗଡାସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ଵରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା। ଦରୋଡ ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଓ ଗୁଣ୍ଡିଚାପୁର ଗ୍ରାମର ୫୦ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବିଜୁ ଜନତା ଦଳର ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।